ପଞ୍ଚମ ୱିକେଟ ହରାଇଲା ଅଷ୍ଟ୍ରେଲିଆ : ୩୭.୫ଓଭର ଖେଳ ଶେଷ ସୁଦ୍ଧା ୨୨୧-୫

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ତାର ପଞ୍ଚମ ୱିକେଟ ହରାଇଛି। କୂଳଦୀପ ଯାଦବ ଚତୁର୍ଥ ଏବଂ ପଞ୍ଚମ ୱିକେଟ ଭାବରେ ଆଲେକ୍ସ କ୍ୟାରି ଓ ସ୍ମିଥଙ୍କୁ ଆଉଟ କରିଛନ୍ତି। ଏହାସହିତ ସେ ଦିନିକିଆରେ ୧୦୦ୱିକେଟ ନେଇଛନ୍ତି। ୩୭.୫ଓଭର ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ବହୁମୂଲ୍ୟ ୫ଟି ୱିକେଟ ହରାଇ ୨୨୧ରନ ସଂଗ୍ରହ କରିଛି।

Comments are closed.