୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୦ଓଭର ସୁଦ୍ଧା ୫୫-୧

ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୧୦ଓଭର ଖେଳ ଶେଷ ସୁଦ୍ଧା ୫୫ରନ କରି ଗୋଟିଏ ୱିକେଟ ହରାଇଛି। କଙ୍ଗାରୁ ଦଳର ଓପନର ଡେଭିଡ଼ ୱାର୍ଣ୍ଣର ୧୫ରନ କରି ସାମିଙ୍କ ବଲରେ ଆଉଟ ହୋଇଥିଲେ। ପଏଣ୍ଟରେ ମନିଷ ପାଣ୍ଡେ ଜବରଦସ୍ତ କ୍ୟାଚ୍ ଧରିଥିଲେ।

Comments are closed.