୫୦ଓଭର ଖେଳି ପାରିଲାନି ଭାରତ : ଅଷ୍ଟ୍ରେଲିଆ ପାଇଁ ୨୫୬ ରନର ବିଜୟ ଲକ୍ଷ୍ୟ

ମୁମ୍ବଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତୀୟ ଦଳ ଦୁର୍ବଳ ଖେଳ ପ୍ରଦର୍ଶନ କରିଛି। ଭାରତ ପାଖରେ ଲମ୍ବା ବ୍ୟାଟିଂ ଲାଇନ ଥାଇ ମଧ୍ୟ ସମ୍ପୂର୍ଣ୍ଣ ଦଳ ନିର୍ଦ୍ଧାରିତ ୫୦ଓଭର ଖେଳିବାରେ ଅସମର୍ଥ ହୋଇଛି। ୫ଟି ବଲ ବାକି ଥାଇ ସମ୍ପୂର୍ଣ୍ଣ ଦଳ ମାତ୍ର ୨୫୫ରନ କରି ସମସ୍ଥ ୱିକେଟ ହରାଇଛି।

ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୯୧ବଲରେ ୭୪ରନ କରିଛନ୍ତି। ଯେଉଁଥିରେ ତାଙ୍କର ୯ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। କେଏଲ ରାହୁଲ ୬୧ବଲରୁ ୪୭ରନ(୪ଟି ଚୌକା), ରିଷଭ ପନ୍ତ ୩୩ବଲରୁ ୨୮(ଚୌକା-୨, ଛକା-୧), ରବିନ୍ଦ୍ର ଜାଡ଼େଜା ୩୨ବଲରୁ ୨୫ରନ(ଚୌକା-୨, ଛକା-୧), ଅଧିନାୟକ ବିରାଟ ​‌କୋହଲି ୧୪ବଲରେ ୧୬ରନ, ହିଟମ୍ୟାନ ରୋହିତ ଶର୍ମା ୧୫ବଲରୁ ୧୦ରନ(ଚୌକା-୨) କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି। ସେହିଭଳି ପ୍ୟାଟ କମିନ୍ସ ୨ଟି, ରିଚାଡସନ୍ ୨ଟି, ଜାମ୍ପା  ଏବଂ ଅଗର ଗୋଟିଏ ଲାଖେ ୱିକେଟ ନେଇଛନ୍ତି।

Comments are closed.