ପ୍ରଦୂଷଣ ମୁକ୍ତ ମାର୍ଗ ଆପଣାଇବା ପାଇଁ ଭାରତ-ଆମେରିକା ରାଜି ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By ସମାଜ ପୋର୍ଟାଲ ଡେସ୍କ On Mar 30, 2021 Share କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଶକ୍ତି ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାର ନୂଆ ଶକ୍ତି ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଶକ୍ତି ସମ୍ପର୍କ ଉପରେ ସମୀକ୍ଷା କରିଛନ୍ତି। Related Posts ଆଇପିଏଲ-୧୪: ଧାୱନ-ପୃଥ୍ବୀ ପ୍ରହାର, ଚେନ୍ନଇକୁ… Apr 11, 2021 ରବିବାର ରାଶିଫଳ (୧୧.୦୪.୨୦୨୧) Apr 11, 2021 ଉଭୟ ନେତୃତ୍ୱ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଶକ୍ତି ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଶକ୍ତିର ପ୍ରଚାର ପ୍ରସାର କରିବା, ପ୍ରଦୂଷଣ ମୁକ୍ତ ମାର୍ଗ ଆପଣାଇବା ଏବଂ ସବୁଜ ଶକ୍ତି ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଆମେରିକାର ସଚିବ ସହମତି ପ୍ରକାଶ କରିଛନ୍ତି। Share FacebookTwitterWhatsApp