ଆତଙ୍କବାଦର ଚରାଭୂଇଁ ପାକିସ୍ଥାନକୁ ଏକଘରିଆ କରିବାକୁ ଭାରତର ଆହ୍ୱାନ

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ବିଶ୍ୱ ସମୁଦାୟ ଏକଘରିଆ କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ଭାରତ ଆହ୍ୱାନ
ଦେଇଛି। ଗତକାଲି ପଞ୍ଚମ ଆନ୍ତର୍ଜାତିକ ବାଚସ୍ପତିମାନଙ୍କ ସମ୍ମିଳନୀରେ ଭାରତ କହିଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଦେଶରେ ପ୍ରାୟ ୪୦ ହଜାର ଆତଙ୍କବାଦୀ ରହିଥିବା ସ୍ୱୀକାର କରିଛନ୍ତି।

ଜମ୍ମୁକାଶ୍ମୀରରେ ୧୯୬୫,୧୯୭୧ ଏବଂ ୧୯୯୯ ଆକ୍ରମଣ, ମୁମ୍ବାଇ ଆକ୍ରମଣ, ଭାରତୀୟ ସଂସଦ ଉପରେ ଆକ୍ରମଣ, ଉରି ଏବଂ ପୁଲ୍‍ୱାମାରେ ସଙ୍ଗଠିତ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ପ୍ରୋତ୍ସାହନରେ ହୋଇଛି ଏବଂ ହାଫିଜ୍‍ ସୟିଦ୍‍, ମାସୁଦ୍‍ ଆଝାର ଏବଂ ଏହସାନ୍‍ ଭଳି ଆତଙ୍କବାଦୀଙ୍କ ବିରୋଧରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଥିବା ଭାରତ କହିଛି।

ଏହି ସମ୍ମଳିନୀରେ ଭାରତ ଦୃଢ଼ତାର ସହ ଘୋଷଣା କରିଛି, ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ଏବଂ ରହିବ ମଧ୍ୟ। ପାକସ୍ତାନ ସୀମାପାର ଆତଙ୍କବାଦ ଯଥା ଶୀଘ୍ର ବନ୍ଦ୍‍ କରିବା ପାଇଁ ଭାରତ ଆହ୍ୱାନ ଦେଇଛି। ଏହି ସମ୍ମିଳନୀରେ ଲୋକସଭା ବାଚାସ୍ପତି ଓମ୍‍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଯାଇଥିବା ପ୍ରତିନିଧିସ୍ତରୀୟ ଗୋଷ୍ଠୀ ପାକିସ୍ତାନ ମାଟିରୁ ସୃଷ୍ଟ ଆତଙ୍କବାଦକୁ ସମୂଳେ ବିନାଶ ପାଇଁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି।

Comments
Loading...