ଭାରତ ଓ ବ୍ରିଟେନ୍‍ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହମତ : ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି ଭାରତ ଓ ବ୍ରିଟେନ୍‍ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପଦକ୍ଷେପ ନେବା ଓ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବାକୁ ସହମତିରେ ଉପନୀତ ହୋଇଛନ୍ତି । ନୂଆଦିଲ୍ଲୀରେ ଶ୍ରୀ ଯାଦବ ବ୍ରିଟେନ୍‍ ବୈଦେଶିକ ମନ୍ତ୍ରୀ ଏଲିଜାବେଥ୍‍ ଟ୍ରସ୍‍ ଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗ ଦେଇଥିଲେ । ବ୍ରିଟେନ’ Conference of Parties-COP- ୨୬ର ଆୟୋଜନ କରିବ । ଏହି ସମ୍ମିଳନୀ ଆସନ୍ତା ୩୧ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଗ୍ଲାସ୍‍ଗୋରେ ଅନୁଷ୍ଠିତ ହେବ ।

ବୈଠକ ସମୟରେ ଭାରତ’ ବ୍ରିଟେନ୍‍କୁ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିବା ବିଷୟ ସେ ଜଣାଇଛନ୍ତି । ବୈଠକରେ ଉଭୟ ନେତା COP-26 ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ, ଭାରତ-ବ୍ରିଟେନ୍‍ ଦ୍ୱିପକ୍ଷୀୟ ସହଯୋଗର ରୂପରେଖ, ଜଳବାୟୁ ପରିବର୍ତ୍ତନ ଉପରେ ରାଜ୍ୟ ଗୋଷ୍ଠୀ ଘୋଷଣାନାମା ଓ ଆହୁରି ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

Comments are closed.