ଫିଲିପାଇନ୍ସକୁ ଭାରତ ବିକିବ ବ୍ରହ୍ମୋସ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଏକଦା ପ୍ରତିରକ୍ଷା ସାମଗ୍ରୀ ଓ ଯୁଦ୍ଧାସ୍ତ୍ର ନିମନ୍ତେ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ଭାରତ ନିର୍ଭର କରୁଥିବା ଏବଂ ଅଧିକାଂଶ ଉପକରଣ ଆମଦାନୀ କରୁଥିବାବେଳେ ଏବେ ଏହା ବିଦେଶକୁ ଯୁଦ୍ଧାସ୍ତ୍ର ଓ ବିିଭିନ୍ନ ସାମରିକ ଉପକରଣ ବିକ୍ରି କରିବା ଆରମ୍ଭ କରିଛି । ରୁଷ ଓ ଭାରତ ପକ୍ଷରୁ ମିଳିତ ଭାବରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସାମର୍ଥ୍ୟକୁ ଲକ୍ଷ୍ୟ କରିବା ପରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତ ନିକଟରୁ ଏହା ଖରିଦ କରିବା ଆରମ୍ଭ କରିଛନ୍ତି । ନିକଟରେ ଫିଲିପାଇନ୍ସ ମଧ୍ୟ ଭାରତରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ୩୭୪.୯ ନିୟୁତ ଡଲାର ମୂଲ୍ୟର ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ଏ ସମ୍ପର୍କିତ ଏକ କ୍ରୟ ଚୁକ୍ତି ଫିଲିପାଇନ୍ସ ଜାତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଭାରତ ଉପକୂଳ ଭିତ୍ତିକ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ବ୍ରହ୍ମୋସ ଫିଲିପାଇନ୍ସ ନୌବାହିନୀ ପାଇଁ ଯୋଗାଇଦେବ ।

Comments are closed.