ଭାରତ ଆମଦାନୀ କରିବ ସାଢେ ଚାରି ଲକ୍ଷ ରେମଡେସିଭିର

ଆଜି ପହଞ୍ଚିବ ୭୫ ହଜାର

ନୂଆଦିଲ୍ଲୀ : ଦେଶରେ ଗୁରୁତ୍ୱପୂର୍ଣ୍ଣ ରେମଡେସିଭିର ଅଭାବକୁ ଦୂର କରିବା ପାଇଁ ସରକାର ଅନ୍ୟ ଦେଶରୁ ରେମଡେସିଭର୍ ଆମଦାନୀ କରିବା ଆରମ୍ଭ କରିଛନ୍ତି । ଶୁକ୍ରବାର ପ୍ରଥମ ଦଫାରେ ୭୫ ହଜାର ରେମଡେସିଭିର ଭାଏଲ ଭାରତରେ ପହଞ୍ଚିବ।
ଭାରତ ସରକାରଙ୍କ ସତ୍ବାଧିକାରରେ ଥିବା ଏଚଏଲଏଲ ଲାଇଫେୟାର ଲିମିଟେଡ୍ ଆମେରିକାର ଗିଲିଆଡ୍ ସାଇନ୍ସରୁ ଏବଂ ଇଜିପ୍ଟର ଔଷଧ କମ୍ପାନୀ ଇଭିଏ ଫାର୍ମାରୁ ୪,୫୦,୦୦୦ ରିମଡେସିଭିରର ଭାଏଲ ଆଣିବା ପାଇଁ ବରାଦ କରିଛି। ଆମେରିକାର ଗିଲିୟଡ୍ ସାଇନ୍ସସ୍ ଆସନ୍ତା ଏକ କିମ୍ବା ଦୁଇ ଦିନ ମଧ୍ୟରେ ୭୫,୦୦୦ ରୁ ଏକ ଲକ୍ଷ ଭାଏଲ ପଠାଇବ। ପରେ ୧୦ ହଜାର ଭାଏଲ ମଇ ୧୫ କିମ୍ବା ତା’ ପୂର୍ବରୁ ଯୋଗାଇ ଦେବ। ସେହିପରି ଇଭିଏ ଫାର୍ମା ପ୍ରାୟ ୧୦,୦୦ ଭାଏଲ ଯୋଗାଇବ ଏବଂ ପରେ ପ୍ରତି ୧୫ ଦିନରେ କିମ୍ବା ଜୁଲାଇ ସୁଦ୍ଧା ୫୦,୦୦୦ ଭାଏଲ ଯୋଗାଇ ଦେବ।

ସରକାର ଦେଶରେ ରେମଡେସିଭିରର ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି । ଗତ ୨୭ ତାରିଖ ସୁଦ୍ଧା, ସାତୋଟି ଲାଇସେନ୍ସପ୍ରାପ୍ତ ଘରୋଇ ଉତ୍ପାଦକଙ୍କ ଉତ୍ପାଦନ କ୍ଷମତା ମାସକୁ ୩୮ ଲକ୍ଷ ଭାଏଲରୁ ମାସକୁ ୧.୦୩ କୋଟି ଭାଏଲକୁ ବୃଦ୍ଧି ପାଇଛି। ଗତ ସାତ ଦିନ ମଧ୍ୟରେ (୨୧–୨୮ ଏପ୍ରିଲ) ଔଷଧ କମ୍ପାନୀଗୁଡିକ ସାରା ଦେଶକୁ ୧୩.୭୩ ଲକ୍ଷ ଭାଏଲ ଯୋଗାଇ ଦିଆଯାଇଛି । କମ୍ପାନୀଗୁଡିକର ଉତ୍ପାଦନ କ୍ଷମତା ଏପ୍ରିଲ ୧୧ରେ ୬୭,୯୦୦ ଭାଏଲରୁ ଏପ୍ରିଲ ୨୮ ସୁଦ୍ଧା ୨.୦୯ ଲକ୍ଷ ଭାଏଲକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଭାରତରେ ଏହାର ଉପଲବ୍ଧତା ବୃଦ୍ଧି ପାଇଁ ସରକାର ରେମଡେସିଭିର ରପ୍ତାନି ମଧ୍ୟ ନିଷେଧ କରିଛନ୍ତି।

Comments are closed.