ଲକ୍ଷ୍ନୌରେ ୨ୟ ଟ୍ୱେଣ୍ଟି-୨୦ : ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

0

ଲକ୍ଷ୍ନୌ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍‍ ମଙ୍ଗଳବାର ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଦୀର୍ଘ ୨୪ ବର୍ଷ ପରେ ଲକ୍ଷ୍ନୌରେ ନୂତନ ଭାବେ ନିର୍ମିତ ଏକାନା ଷ୍ଟଡିୟମରେ ଏହି ଆନ୍ତର୍ଜାତିକ ମ୍ୟାଚ୍‍ ଖେଳାଯିବ।
କଲକାତାର ଇଡେନ୍‍ ଗାର୍ଡେନଠାରେ ରବିବାର ଅନୁଷ୍ଠିତ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଥିବାରୁ ଆସନ୍ତା କାଲିର ମ୍ୟାଚ ଜିତି ସରିଜ୍‍ ବିଜୟୀ ହେବାର ଆଶା ରଖିଛି। ପୂର୍ବରୁ ଟେଷ୍ଟ ଏବଂ ଏକଦିବସୀୟ ସିରିଜ୍‍ ଜିତିଥିବା ଭାରତ, ଟ୍ୱେଣ୍ଟି-୨୦ ସିରିଜ୍‍ ଜିତି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ଯାକ କ୍ରିକେଟ ଫର୍ମାଟରେ ସଂମ୍ପୂର୍ଣ୍ଣ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି।

ଟ୍ୱେଣ୍ଟି-୨୦ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍ ୧୧ ତାରିଖରେ ଚେନ୍ନାଇରେ ଖେଳାଯିବ।

Leave A Reply