୨ୟ ଦିନ ପାଇଁ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରି ଭାରତର ନୂଆ ରେକର୍ଡ

କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା

-ସମୁଦାୟ ନମୁନା ପରୀକ୍ଷଣ ୨.୧୪ କୋଟିରୁ ଅଧିକ, -ନିୟୁତ ପିଛା ପରୀକ୍ଷା ସଂଖ୍ୟା ୧୫,୫୬୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬,୧୯,୬୫୨ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମୋଟ ପରୀକ୍ଷା ସଂଖ୍ୟା ୨, ୧୪, ୮୪, ୪୦୨ ରେ ପହଞ୍ଚିଛି । ନିୟୁତ ପିଛା ପରୀକ୍ଷା ସଂଖ୍ୟା ଦ୍ରୁତ ଗତିରେ ୧୫,୫୬୮କୁ ବୃଦ୍ଧି ପାଇଛି  ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ଉପଯୋଗ କରି ନମୁନା ପରୀକ୍ଷଣ ଲାଗି ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୯୨୦ଟି ସରକାରୀ ଓ ୪୪୬ଟି ଘରୋଇ ଏହିପରି ମୋଟ ୧୩୬୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

Comments are closed.