ଶ୍ରୀଲଙ୍କାରେ ଭାରତୀୟ କ୍ରିକେଟ୍‌ ଦଳ

କଲମ୍ବୋ : ଘରୋଇ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ସୋମବାର ଶ୍ରୀଲଙ୍କାରେ ପହଞ୍ଚିଛି। ଜୁନ୍ ୨୯ରୁ ଜୁଲାଇ ୧ ପର୍ଯ୍ୟନ୍ତ ଭାରତୀୟ ଦଳ କଲମ୍ବୋରେ ପୃଥକ୍‌ବାସରେ ରହିବ। ଜୁଲାଇ ୨ରୁ ୪ ପର୍ଯ୍ୟନ୍ତ ପାଳିକରି ଭାରତୀୟ ଦଳ ଅଭ୍ୟାସ କରିବାକୁ ଓହ୍ଲାଇବେ। ଜୁଲାଇ ୫ରୁ ପୂରା ଦଳ ଏକାଠି ଅଭ୍ୟାସ କରିବେ। ଏହି ଗସ୍ତରେ ଭାରତୀୟ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ୩ଟି ଦିନିକିଆ ମ୍ୟାଚ୍ ଜୁଲାଇ ୧୩, ୧୬ ଓ ୧୮ରେ ଖେଳାଯିବ। ପରେ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜୁଲାଇ ୨୧, ୨୩ ଓ ୨୫ରେ ଖେଳାଯିବ। ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିଙ୍କୁ ଛାଡ଼ି ଅନ୍ୟ ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଇଛି। ଶିଖର ଧାୱନ ଦଳର ନେତୃତ୍ବ ନେବେ ଏବଂ ରାହୁଲ ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିବେ।

Comments are closed.