ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା : ରୋହିତ ଫେରିଲେ, ସାମ୍‌ସନ ବାଦ୍

ମୁମ୍ବଇ : ଭାରତୀୟ କ୍ରିକେଟ ଦଳ ଚଳିତମାସରେ ପ୍ରଥମଥର ପାଇଁ ବିଦେଶଗସ୍ତରେ ଯିବ। ନ୍ୟୁଜିଲାଣ୍ଡ ଗସ୍ତ​‌େ​‌ର ଯାଇ ଏହା ଘରୋଇ ଦଳ ବିପକ୍ଷରେ ୫ଟି ଟ୍ବେଣ୍ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟମ୍ୟାଚ୍‌ର ସିରିଜ୍ ଖେଳିବ। ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଜାନୁୟାରୀ ୨୪ରୁ ଫେବୃୟାରୀ ୨ ପର୍ଯ୍ୟନ୍ତ ଖେଳାଯିବ। ୩ଟି ଦିନିକିଆ ମ୍ୟାଚ୍ ଫେବୃୟାରୀ ୫ରୁ ୧୧ ପର୍ଯ୍ୟନ୍ତ ଖେଳାଯିବ। ୨ଟି ଟେଷ୍ଟମ୍ୟାଚ୍ ଫେବୃୟାରୀ ୨୧ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଖେଳାଯିବ। ଉପରୋକ୍ତ ଟ୍ବେଣ୍ଟି୨୦ ସିରିଜ୍ ଲାଗି ଭାରତୀୟ ଦଳ ରବିବାର ବିଳମ୍ବିତ ରାତିରେ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟ୍ବେଣ୍ଟି୨୦ ସିରିଜ୍ ଜିତିଥିବା ଦଳ​‌କୁ ରୋହିତ ଶର୍ମା ଫେରିଥିବା ବେଳେ ଅତିରିକ୍ତ ୱିକେଟ ରକ୍ଷକ ଭାବେ ରହିଥିବା ସଞ୍ଜୁ ସାମ୍‌ସନ୍ ଦଳରୁ ବାଦ୍ ପଡ଼ିଛନ୍ତି। ତେବେ ଏମଏସ୍‌କେ ପ୍ରସାଦ ନେତୃତ୍ବାଧୀନ ଜାତୀୟ ସିନିୟର ମନୋନୟନ କମିଟି ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ଘୋଷଣା ପରେ କରିବ ବୋଲି କହିଛି। ସଞ୍ଜୁ ସାମ୍‌ସନଙ୍କୁ ଭାରତ ‘ଏ’ ଦଳ ସହ ନ୍ୟୁଜିଲାଣ୍ଡ ପଠାଇ ଦିଆଯାଇଛି। ହାର୍ଦିକ ପାଣ୍ଡ୍ୟା ଫିଟ୍‌ ହୋଇନଥିବାରୁ ତାଙ୍କ ସ୍ଥାନରେ ଭାରତ ‘ଏ’ ଦଳରେ ବିଜୟ ଶଙ୍କରଙ୍କୁ ନ୍ୟୁଜିଲାଣ୍ଡ ପଠାଯାଇଛି। ଦିିନିିକିଆ ଦଳ ଘୋଷଣା ପୂର୍ବରୁ ପାଣ୍ଡ୍ୟାଙ୍କର ଆଉଥରେ ଫିଟ୍‌ନେସ୍ ପରୀକ୍ଷା ନିଆଯିବ। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦ ଜାନୁୟାରୀ ୨୪ରେ ଅକ୍‌ଲାଣ୍ଡରେ ଖେଳାଯିବା ପରେ ୨୬ରେ ୨ୟ, ୨୯ରେ ୩ୟ, ୩୧ରେ ୩ୟ, ଫେବୃୟାରୀ ୨ରେ ୪ର୍ଥ ଏବଂ ଫେବୃୟାରୀ ୫ରେ ୫ମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ।

ଭାରତୀୟ ଟ୍ବେଣ୍ଟି୨୦ ଦଳ
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେ.ଏଲ୍‌. ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ୍ (ୱିକେଟ ରକ୍ଷକ), ଶିବମ୍ ଦୁବେ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସୈନି, ରବୀନ୍ଦ୍ର ଜାଡ଼େଜା ଓ ସାର୍ଦ୍ଦୁଳ ଠାକୁର।

 

Comments are closed.