ଧାମରା ଅବଦୁଲ କଲାମ ଦ୍ବୀପରୁ ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏକ ଐତିହାସିକ ମିଶନରେ ଭାରତ ସଫଳତାର ସହ Hypersonic Technology Demonstrator Vehicle -HSTDVର  ସଫଳ ପରୀକ୍ଷଣ କରିଛି। ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି। ତା’ଛଡ଼ା ସଶକ୍ତ ଭାରତ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇଛି। ଭଦ୍ରକର ଧାମରା ଅବଦୁଲ କଲାମ ଦ୍ବୀପରୁ  ହାଇପରସୋନିକ ସ୍ପିଡ ଫ୍ଲାଇଟର ପରୀକ୍ଷା କରାଯାଇଛି।

Image Source : Wikipedia

ଡିଆର୍‍ଡିଓ ଏହି ମିଶନ ଜରିଆରେ ଏହାର ଉଚ୍ଚବୈଷୟିକ ଜ୍ଞାନ ସମ୍ପନ୍ନ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛି। ଡିଆର୍‍ଡିଓ ଅଧ୍ୟକ୍ଷ ଏଥିପାଇଁ ସମସ୍ତ ବୈଜ୍ଞାନିକ, ଗବେଷକ ଓ ଏହା ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆର୍‍ଡିଓକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଶ୍ରୀ ସିଂହ କହିଛନ୍ତି।

Comments are closed.