ଭାରତୀୟ ଛାତ୍ରଙ୍କ ସନ୍ଦିଗ୍ଧ ହତ୍ୟାକାରୀ ପୁଲିସ ଗୁଳିରେ ମୃତ

0

ୱାଶିଂଟନ୍‍ : ଆମେରିକାର କାନ୍‍ସାସ୍‍ ସହରଠାରେ ଭାରତୀୟ ଛାତ୍ର ଶରତ କୋପୁଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ଅପରାଧୀ ସ୍ଥାନୀୟ ପୁଲିସଗୁଳିରେ ପ୍ରାଣ ହରାଇଛି। ରବିବାର ଏହି ଅପରାଧୀକୁ ପୁଲିସ ଅଧିକାରୀମାନେ ଦେଖି ତା’ ନିକଟରେ ପହଞ୍ଚିଥିଲେ; ମାତ୍ର ସନ୍ଦିଗ୍ଧ ଅପରାଧୀ ଜଣକ ସେମାନଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଫଳରେ ସେଠାରେ ଉଭୟପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସନ୍ଦିଗ୍ଧ ଅପରାଧୀ ପୁଲିସ ଗୁଳିରେ ଟଳିପଡିଥିବା ବେଳେ ଅନ୍ୟ ୩ ଜଣ ଅଧିକାରୀ ଆହତ ହୋଇଛନ୍ତି। ତଦନ୍ତର ଗୋପନୀୟତା କାରଣରୁ ମୃତ ସନ୍ଦିଗ୍ଧ ଅପରାଧୀର ନାମ ପୁଲିସ ପ୍ରକାଶ କରିନାହିଁ। କାନ୍‍ସାସ୍‍ ସିଟିର ଏକ ରେସ୍ତୋରାଁରେ ପାର୍ଟଟାଇମ୍‍ କାମ କରୁଥିବା କୋପୁଙ୍କୁ ଜୁଲାଇ ୬ରେ କିଛି ଲୋକ ପଛରୁ ଗୁଳି କରି ହତ୍ୟା କରିଥିଲେ।

Leave A Reply