ବିଶାଖାପାଟଣା ଟେଷ୍ଟ; ଦକ୍ଷିଣ ଆଫ୍ରିକା ପାଇଁ ୩୯୫ରନର ବିଜୟ ଲକ୍ଷ୍ୟ

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ବିଶାଖାପାଟଣାର ଏସିଏ-ବିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକା ପାଇଁ ୩୯୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୫୦୨ ରନ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଯବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦକ୍ଷିଣ ଆଫ୍ରିକାର ସମ୍ପୂର୍ଣ୍ଣ ଦଳ ୪୩୧ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଯାହାଫଳରେ ଭାରତ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାଠାରୁ ୭୧ ରନରେ ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସରେ ଭାରତ ୪ୱିକେଟ ହରାଇ ୩୨୩ରନ କରି ପାଳି ଘୋଷଣା କରିଥିଲା। ଯାହାଦ୍ବାରା ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୯୫ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି।

Comments are closed.