ବିଶ୍ୱକପ୍‌ କ୍ରିକେଟ- ଭାରତ, ଦକ୍ଷିଣ ଆଫ୍ରିକା ମ୍ୟାଚ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଲା ଦକ୍ଷିଣ ଆଫ୍ରିକା

ସାଉ . – ବିଶ୍ୱକପ୍‌ କ୍ରିକେଟରେ ଭାରତର ତାହାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି ଭାରତ । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ଭାରତର ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାପ୍‌ ଡୁପ୍ଲେସେସ୍‌ ଟସ୍‌ ପକାଇଥିଲେ ।
ଭାରତୀୟ ଟିମ୍‌ରେ ବିରାଟ କୋହଲି (ଅଧିନାୟକ)ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା,ଶିଖର ଧାୱନ, ରୋହିତ ଶର୍ମା,ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର ‌ଲୋକେଶ ରାହୁଲ, କୁଲଦୀପ ଯାଦବ,ଯୁଜବେନ୍ଦ୍ର ଚହଲ ପ୍ରମୁଖ ଖେଳାଳୀ ସ୍ଥାନ ପାଇଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ୧୦ ଓଭର ଶେଷରେ ଦକ୍ଷିଣ ଆଫ୍ରିକା ୨ ଓ୍ୱିକେଟ ହରାଇ ୩୪ ରନ୍‌ କରିଛି ।

Comments are closed.