ଆମେରିକାଠୁ ସାମରିକ ହେଲିକପ୍ଟର କିଣିବ ଭାରତ

ଆଇଏଡିଡବ୍ଲ୍ୟୁଏସ୍ ବିକ୍ରି ଲାଗି ଅନୁମତି

ନୂଆଦିଲ୍ଲୀ : ସୈନ୍ୟବାହିନୀରେ ବ୍ୟବହାର ଲାଗି ଆମେରିକା ଠାରୁ ହେଲିକପ୍ଟର କିଣିବ ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାଳରେ ଏ ସମ୍ପର୍କରେ ଚୂଡାନ୍ତ ବୁଝାମଣା ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ବୁଝାମଣା ପରେ ଆମେରିକାର ପ୍ରତିରକ୍ଷା କମ୍ପାନୀ ଲୋକହିଦ ମାର୍ଟିନ ଠାରୁ ୨୬୦କୋଟି ଡଲାରର ହେଲିକପ୍ଟର କ୍ରୟ କରିବ। ଅନ୍ୟପଟେ ଭାରତକୁ ସମନ୍ବିତ ଏୟାର ଡିଫେନ୍ସ ୱିପନ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ବିକିବା ଲାଗି ଆମେରିକା ସୋମବାର ଘୋଷଣା କରିଛି। ୧୮୭ କୋଟି ଡଲାରର ଏହି ପ୍ରତିରକ୍ଷା ବ୍ୟବସ୍ଥା ଭାରତର ବାୟୁସୀମାକୁ ସୁରକ୍ଷା ଦେବ। ଏହି ବ୍ୟବସ୍ଥା ବିଦେଶୀ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ଠାବ କରିବା ସହ ଏହାକୁ ଧ୍ବଂସ କରିବାରେ ସମର୍ଥ।

Comments
Loading...