ଏଫଆଇଏଚ୍‌ ସିରିଜ୍‌ ହକି ଫାଇନାଲସ୍‌ : ସେମିଫାଇନାଲରେ ଭାରତ

ଭୁବନେଶ୍ବର :  ଭାରତ ଏଫଆଇଏଚ୍‌ ସିରିଜ୍‌ ହକି ଫାଇନାଲସ୍‌ର ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ୍‌ ହକି ଫାଇନାଲସ୍‌ର ଅନ୍ତିମ ଲିଗ୍‌ ମ୍ୟାଚରେ ସୋମବାର ଭାରତ ୧୦-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ଏହି ବିଜୟ ସହିତ ଭାରତ ପୁଲ-ଏ ର ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟୀ ହୋଇ ଶୀର୍ଷ ସ୍ଥାନ ହାସଲ କରିଛି ।

ସୂଚନାଯୋଗ୍ୟ ପୂର୍ବରୁ ଭାରତ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତ ପ୍ରଥମ ମ୍ୟାଚରେ ରୁଷିଆକୁ ୧୦-୦ ଗୋଲ ଓ ଦ୍ବିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଥିଲା । କ୍ରମାଗତ ତୃତୀୟ ମ୍ୟାଚରେ ଭାରତ ଉଜ୍‌ବେକିସ୍ତାନକୁ ପରାସ୍ତ କରି ହାଟ୍ରିକ ବିଜୟ ହାସଲ କରିଛି।

 

Comments are closed.