ଭାରତ ପୁଣି ଜାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ

ଭାରତ ପୁଣି ଜାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ ହୋଇଛି। ଭାରତ ଷଷ୍ଠଥର ପାଇଁ ବିପୁଳ ସଂଖ୍ୟା ଗରିଷ୍ଠତା ସହ ଜାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ ହୋଇଛି । ଜାତିସଂଘରେ ଭାରତର ସ୍ଥାୟୀ ମିଶନ କହିଛନ୍ତି, ମାନବାଧିକାର ସୁରକ୍ଷା ପାଇଁ ପରିଷଦର ଅନ୍ୟ ସଦସ୍ୟମାନଙ୍କ ସହ ଏକାଠି କାର୍ଯ୍ୟ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଭାରତ ଉପରେ ଆସ୍ଥାପ୍ରକଟ କରିଥିବାରୁ ମିଶନ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତି କୃତଜ୍ଞତା ଜଣାଇଛି। ଭାରତୀୟ ମିଶନ କହିଛି, ମାନବାଧିକାରର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଭାରତ ସମ୍ମାନ, ସମ୍ବାଦ ଓ ସହଯୋଗ ମାଧ୍ୟମରେ କାର୍ଯ୍ୟ ଜାରିରଖିବ । ପରିଷଦକୁ ନିର୍ବାଚିତ ହୋଇଥିବା ଅନ୍ୟ ସଦସ୍ୟରାଷ୍ଟ୍ରମାନଙ୍କୁ ଭାରତୀୟ ମିଶନ ଶୁଭେଚ୍ଛା ଜଣାଇଛି ।

Comments are closed.