କୁଳଭୂଷଣ ମାମଲା : ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ଢ଼ଙ୍ଗକୁ ଭାରତର ବିରୋଧ

0

ଦ ହଗ୍‍ : ପାକିସ୍ତାନ ଜେଲ୍‍ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଧବଙ୍କ ବିରୋଧରେ ପାକିସ୍ତାନର କୁଖ୍ୟାତ ସାମରିକ ଅଦାଲତ ଯେଉଁ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହାର ବୈଧତାକୁ ନେଇ ଭାରତ ଆନ୍ତର୍ଜାତିକ ନ୍ୟାୟାଳୟରେ ପ୍ରଶ୍ନ ଉଠାଇଛି। ଗୁପ୍ତଚର ବୃତ୍ତି ଅଭିଯୋଗରେ କୁଳଭୂଷଣଙ୍କୁ ପାକିସ୍ତାନ ଜେଲ୍‍ରେ ରଖି ତାଙ୍କୁ ନିର୍ଯାତନା ଦେଇ ତାଙ୍କଠାରୁ ସ୍ୱୀକାରୋକ୍ତି ସଂଗ୍ରହ କରୁଛି ବୋଲି ଭାରତ କହିଛି। ଜଣେ ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀଙ୍କୁ ଯେଭଳି ଅକଥନୀୟ ନିର୍ଯାତନା ଦିଆଯାଇ ଜଣେ ଦୋଷୀ ଭାବେ ଚିତ୍ରଣ କରାଯାଇଛି, ତାହା ନିନ୍ଦନୀୟ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଦୀପକ ମିତ୍ତଲ କହିଛନ୍ତି। କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ପାଇଁ ପାକ୍‍ ସାମରିକ ଅଦାଲତ ଯେଉଁ ମୃତ୍ୟୁଦଣ୍ଡ ଆଦେଶ ଦେଇଛି, ତାହାକୁ ରଦ୍ଦ କରିବାକୁ ଭାରତ ଆନ୍ତର୍ଜାତିକ ଅଦାଲତରେ ନିଜର ଦାବି ଉପସ୍ଥାପନ କରିଛି।
ବିଶ୍ୱ ଅଦାଲତରେ ମାମଲା ଲଢ଼ିବାର ସୁଯୋଗର ଏହା ଦୁରୁପଯୋଗ କରୁଛି। ଜଣେ ନିରୀହ ପୁରାତନ ସେନା ଅଧିକାରୀଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରି ତାଙ୍କୁ ଆତଙ୍କବାଦୀ ଭାବେ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପିତ କରିବା ଓ ନିର୍ଯାତନା ଦେବା ଏକ ଅକ୍ଷମଣିୟ ଅପରାଧ ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ପାକିସ୍ତାନ, ଭାରତ ସମେତ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବେଳେ ଯାଦବଙ୍କୁ ଭାରତୀୟ ଗୁଇନ୍ଦା ଭାବେ ଚିତ୍ରଣ କରି ବିଶ୍ୱକୁ ଭୁଲ୍‍ ତଥ୍ୟ ଦେବାକୁ ଅପଚେଷ୍ଟା କରୁଛି ବୋଲି ସେ କହିଛନ୍ତି। କୁଖ୍ୟାତ ଆତଙ୍କବାଦୀ ହଫିଜ୍‍ ସଇଦ୍‍ ଓ ଅନ୍ୟତମ ଅପରାଧି ଦାଉଦ୍‍ ଇବ୍ରାହିମ୍‍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଯାଦବ ମାମଲାରେ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Leave A Reply