ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ ପ୍ରଥମ ଦିବା-ରାତ୍ରୀ ଟେଷ୍ଟ !

ନୂଆଦିଲ୍ଲୀ: କଲକାତାର ଇଡେନ୍‍ ଗାର୍ଡେନ ଖୁବ୍‍ ଶୀଘ୍ର ଭାରତୀୟ କ୍ରିକେଟର ଏକ ଐତିହାସିକ ମୂହୁର୍ତ୍ତର ମୂକସାକ୍ଷୀ ହେବାକୁ ଯାଉଛି। ବାଂଲାଦେଶ ଓ ଭାରତ ମଧ୍ୟରେ ଇଡେନ୍‍ ଗାର୍ଡେନରେ ନଭେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦିବା-ରାତ୍ରି ମ୍ୟାଚ କରିବାକୁ ବିସିସିଆଇ ପ୍ରସ୍ତୁତି କରୁଥବା ସୂଚନାମିଳିଛି । ସୂଚନା ଅନୁସାରେ ବିସିସିଆଇ ବାଂଲାଦେଶ କ୍ରିକେଟ ବୋର୍ଡକୁ ନଭେମ୍ବର ୨୨ରୁ୨୬ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‍ କୁ ଦିବା-ରାତ୍ରୀ ମ୍ୟାଚ୍‍ କରିବାକୁ ଅନୁମତି ମାଗିଛି । ବିସିସିଆଇର ଜଣେ ଅଧିକାରୀଙ୍କ କହିଛନ୍ତି ଇଡେନ୍‍ ଗାର୍ଡେନ ଟେଷ୍ଟକୁ ବିସିସିଆଇ ପକ୍ଷରୁ ଦିବା-ରାତ୍ରୀ ଫମାର୍ଟ କରିବାପାଇଁ ପ୍ରସ୍ତୁତି କରାଯାଉଛି । କ୍ରିକ୍‍ବଜ୍ ର ଏକ ରିପୋର୍ଟ ଅନୁସାରେ ବାଂଲାଦେଶ କ୍ରିକେଟ ବୋର୍ଡ ଏହି ପ୍ରସ୍ତାବ ଉପରେ ତାର ମତାମତ ଦେଇନାହିଁ।

ବାଂଲାଦେଶ କ୍ରିକେଟ ବୋର୍ଡର ଅପରେସନ୍ ଚେୟାରମ୍ୟାନ୍ ଆକ୍ରାମ୍ ଖାନ୍ କହିଛନ୍ତି, ତାଙ୍କୁ ବିସିସିଆଇ ତରଫରୁ ଦିବା-ରାତ୍ର ଟେଷ୍ଟ ପାଇଁ ପ୍ରସ୍ତାବ ମିଳିଛି। ସେ ଏହା ଉପରେ ବିଚାର କରିବା ପରେ ନିଷ୍ପତ୍ତି ନେବେ । ସେ କହିଛନ୍ତି ତାଙ୍କୁ ଦୁଇ-ତିନି ଦିନ ପୂର୍ବେ ବିସିସିଆଇଠାରୁ ପତ୍ର ମିଳିଥିଲା। ଏପର୍ୟ୍ୟନ୍ତ ସେମାନେ ଏହା ଉପରେ କୌଣସି ଆଲୋଚନା କରିନାହାଁନ୍ତି । ଆଗାମୀ ଦିନେ-ଦୁଇ ଦିନ ଭିତରେ ସେମାନେ ତାଙ୍କର ନିଷ୍ପତ୍ତି ବିସିସିଆଇକୁ ଜଣାଇଦେବେ । କ୍ରିକବଜ୍ ର ରିପୋର୍ଟ ମୁତାବକ ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟ କାର୍ଯ୍ୟକାରୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି, ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟର ସହମତି ବିନା କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ଚୌଧୁରୀ ଆହୁରି କହିଛନ୍ତି ସର୍ବପ୍ରଥମେ ଆମେ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟର ସଦସ୍ୟଙ୍କ ସହ ଏହି ବିଷୟରେ ଆଲୋଚନା କରିବୁ। ସେମାନଙ୍କ ସହମତି ମିଳିବା ମିଳିଲେ ଆମେ ଆଗକୁ ବଢିବୁ । ଅନ୍ୟପକ୍ଷରେ ଏହା ସମ୍ପୂର୍ଣ୍ଣ ଭାବେ ଦିବାରାତ୍ର ଟେଷ୍ଟ ମ୍ୟାଚ୍। ପୂର୍ବରୁ ପିଙ୍କ୍ ବଲରେ ଖେଳିବା ପାଇଁ ଟିମକୁ ଅଲଗା ପ୍ରକାରର ପ୍ରସ୍ତୁତି କରିବାକୁ ପଡ଼ିବ। ତେଣୁ ଆମକୁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଅତୀତରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ଏଭଳି ପ୍ରସ୍ତାବକୁ ମଧ୍ୟ ବାଂଲାଦେଶ ଅଗ୍ରାହ୍ୟ କରିସାରିଛି । କାରଣ ସେତେବେଳେ ପିଙ୍କ୍ ବଲରେ ପ୍ରସ୍ତୁତି ପାଇଁ ଆମ ପାଖରେ କମ୍ ସମୟ ଥିବା ଦର୍ଶାଇଥିଲୁ। ବିସିସିଆଇର ନୂଆ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲି ଦିବା-ରାତ୍ରୀ ଟେଷ୍ଟ ମ୍ୟାଚ ସପକ୍ଷରେ ଆଗକୁ ଆସିଛନ୍ତି। କିଛିଦିନ ପୂର୍ବେ ଗାଙ୍ଗୁଲି ଦିବା-ରାତ୍ରୀ ଟେଷ୍ଟ ମ୍ୟାଚପାଇଁ ଖୁବ୍ ଶିଘ୍ର ବିଚାର କରିବେ ବୋଲି କହିଥିଲେ। ଗାଙ୍ଗୁଲି ଆହୁରି ବୟାନ ଦେଇଥିଲେ ଯେ ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଦିବାରାତ୍ର ଟେଷ୍ଟ ନେଇ ସହମତି ପ୍ରକାଶ କରିଛନ୍ତି। ଟେଷ୍ଟମ୍ୟାଚରେ ଦର୍ଶକ ସଂଖ୍ୟା କମିଯାଉଥିବାରୁ ଏବଂ ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ଦିବା-ରାତ୍ର ଟେଷ୍ଟର ମ୍ୟାଚର ପରିକଳ୍ପନା କରାଯାଇଥିବା ଜଣାପଡିଛି।

Comments are closed.