କୁଏତର ଦିବଂଗତ ସମ୍ରାଟଙ୍କୁ ଭାରତର ଶ୍ରଦ୍ଧାଞ୍ଜଳି

- କୁଏତ ତୈଳମନ୍ତ୍ରୀଙ୍କ ସହ ସାକ୍ଷାତ ଓ ପୁଞ୍ଜି ନିବେଶ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

କୁଏତର ସମ୍ରାଟ ଶେଖ ସବାହଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନର ସମ୍ରାଟ ଶେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ରୀ ପ୍ରଧାନ ଦିବଂଗତ ସମ୍ରାଟଙ୍କୁ ଆରବ କୁଟନୀତିର ଭୀଷ୍ମ ପିତାମହ ଭାବରେ। ଏହି ଦିବଂଗତ ନେତା ବିଶ୍ୱରେ ଶାନ୍ତି, ସଦଭାବ ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ତ ଭୂମିକା ଗ୍ରହଣ କରି ଦେଶକୁ ପ୍ରତିନିଧିତ୍ୱ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ ଦିବଂଗତ କୁଏତ ସମ୍ରାଟ ଶେଖ ସବାହ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ସହ କୁଏତରେ ବସବାସ କରୁଥିବା ଭାରତୀୟଙ୍କ ମଧ୍ୟ ଉପଯୁକ୍ତ ଯତ୍ନ ନେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଶ୍ରୀ ପ୍ରଧାନ ଶୋକ ବ୍ୟକ୍ତ କରିବା ପରେ କୁଏତର ବର୍ତ୍ତମାନ ସମ୍ରାଟ ଶେଖ ନୱାଫ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରତି ତାଙ୍କର ଧନ୍ୟବାଦ ବ୍ୟକ୍ତ କରିଛନ୍ତି।

ଏହି ଗସ୍ତ ସମୟରେ କୁଏତର ତୈଳମନ୍ତ୍ରୀ ଡା. ଖାଲେଦ ଅଲ୍ଲି ଓ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଥିଲା। ଶକ୍ତି ସୁରକ୍ଷା ପାଇଁ ଭାରତ ଭଳି ରାଷ୍ଟ୍ର କୁଏତକୁ ବିଶ୍ୱାସୀ ସହଯୋଗୀ ଭାବରେ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.