କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ଟସ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ଗ୍ରୀନପାର୍କଠାରେ ଗୁରୁବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଭାରତୀୟ ଦଳ ପ୍ରଥମେ ଟସ୍‍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଜିଙ୍କ୍ୟ ରାହଣେ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକତ୍ୱ କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଏହି ସିରିଜରେ ଭାରତ ଓ ନ୍ୟୁଜିଲାଣ୍ଡ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ । ଭାରତୀୟ ଦଳର ନୂଆ କୋଚ ରାହୁଳ ଦ୍ରାବିଡଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ପାଇଁ ଏହା ପ୍ରଥମ ଟେଷ୍ଟ ମ୍ୟାଚ ହୋଇଛି । ଏହି ମ୍ୟାଚରୁ ଦଳର ନିୟମିତ ଅଧିନାୟକ ବିରାଟ କୋହଲି, ପେସବୋଲର ଜଶପ୍ରିତ ବୁମରା, ମହମ୍ମଦ ଶାମି ଏବଂ ୱିକେଟ ରକ୍ଷକ ତଥା ବ୍ୟାଟସମ୍ୟାନ ରିଶଭ ପନ୍ତଙ୍କ ଭଳି ଖେଳାଳିମାନେ ବାଦ ପଡିଛନ୍ତି । କୋହଲି ମୁମ୍ବଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଦଳରେ ଯୋଗଦେବେ । ରାହଣେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିଥିବା ତିନିଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିସାରିଛନ୍ତି ।

Comments are closed.