ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ; ଦୁଇ ଓପନର ବାଦ, ମୟଙ୍କ ଅଗ୍ରୱାଲ ସାମିଲ

0

ମେଲବୋର୍ଣ୍ଣ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ବୁଧବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ଭାରତ ପକ୍ଷରୁ ଚୁଡ଼ାନ୍ତ ଏକାଦଶର ନାମ ଘୋଷଣା କରାଯାଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହେବାପରେ ଟେଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି। ତେଣୁ ଏହି ଟେଷ୍ଟ ମ୍ୟାଚକୁ ନେଇ ଦୁଇ ଦଳ ବେଶ ଉତ୍ସାହିତ ଅଛନ୍ତି।
ପର୍ଥ ପରାଜୟର ପ୍ରତିଶୋଧ ନେବା ପାଇଁ ଟିମ୍‍ ଇଣ୍ଡିଆ ଯୋଜନାବଦ୍ଧ ଭାବେ ଖେଳିବାର ରଣନୀତି ପ୍ରସ୍ତୁତ କରିଛି। ଖରାପ ଫର୍ମ ଯୋଗୁଁ ସଂଘର୍ଷ କରୁଥିବା ଦୁଇ ଓପନିଂ ବ୍ୟାଟସମ୍ୟାନ କେ.ଏଲ ରାହୁଲ ଏବଂ ମୁରଲୀ ବିଜୟ ଦଳରୁ ବାଦ ପଡିଛନ୍ତି। ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାଯାଇଛି। ଏହି ବକ୍ସିଙ୍ଗ-ଡେ’ ଟେଷ୍ଟରୁ ସେ ନିଜର କ୍ୟାରିୟର ଆରମ୍ଭ କରିବେ। ଅନ୍ୟପକ୍ଷରେ ଆର. ଅଶ୍ୱୀନ ସଂମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ରବୀନ୍ଦ୍ର ଜାଡେଜାଙ୍କୁ ଚୁଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ତେବେ ରୋହିତ ଶର୍ମା ଫିଟ୍‍ ହୋଇ ଫେରିଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି।

ଚୁଡ଼ାନ୍ତ ଭାରତୀୟ ଏକାଦଶ :  ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା,ବିରାଟ କୋହଲୀ(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷଭ ପନ୍ତ(ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ଯଶପ୍ରିତ ବୁମରାହ।

Leave A Reply