ଚୀନ ଓ ପାକିସ୍ତାନ ସୀମା ଉପରେ ନଜର ରଖିବ ବାୟୁ ସେନାର ‘‘ଆକାଶର ଆଖି’’

ନୂଆଦିଲ୍ଲୀ : ପ୍ରତିରକ୍ଷା ଦୃଷ୍ଟିରୁ ଆଉ ଏକ ପାଦ ଆଗକୁ ଯାଇଛି ଭାରତ । ପାକିସ୍ତାନ ଓ ଚୀନ ଉପରେ ନଜର ରଖିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡ଼ିଆରଡ଼ିଓ) ବାୟୁସେନାକୁ ଦେବ ୬ଟି ‘ଆକାଶ ଆଖି’ । ଏହି ପ୍ରତିରକ୍ଷା ପ୍ରଣାଳୀ ବାୟୁସେନାର ଶକ୍ତିବୃଦ୍ଧି କରିବ ଓ ଚୀନ-ପାକିସ୍ତାନ ସୀମା ଉପରେ ନଜର ରଖିବା ପାଇଁ ଏହାକୁ ବ୍ୟବହାର କରାଯିବ ।

ଏଇଓଡ଼ବ୍ଲୁ ଓ ସି ବ୍ଲାକ-୨ ବିମାନକୁ ଡ଼ିଆରଡ଼ିଓ ବିକଶିତ କରି ଏହାକୁ ଇସ୍ରାଏଲୀ ଆୱାକ୍ସ ପରି ଶକ୍ତିଶାଳୀ ରଡ଼ାର ବ୍ୟବସ୍ଥାରେ ରୂପାନ୍ତରିତ କରିବ । ବାୟୁସେନାର ୬ଟି ବିମାନରେ ଏହାକୁ ବ୍ୟବହାର କରାଯିବ ଓ ଏଥିପାଇଁ ୧୦୫୦୦ କୋଟି ଟଙ୍କା ବ୍ୟୟ ହେବ । ରଡ଼ାର ସହ ଉଡ଼ିବା ପାଇଁ ଏହି ବିମାନଗୁଡ଼ିକରେ କିଛିଟା ପରିବର୍ତନ କରାଯିବ, ଯାହା ୩୬୦ ଡ଼ିଗ୍ରୀ ପର୍ଯ୍ୟନ୍ତ ନିରୀକ୍ଷଣ କ୍ଷମତା ପ୍ରଦାନ କରିବ ।

ଏହି ପ୍ରକଳ୍ପ ଖୁବ୍ ଶୀଘ୍ର ସରକାରହାତକୁ ନେବେ ଏବଂ ଏଥିପାଇଁ ଆସନ୍ତାବର୍ଷ  ଭାରତ  ୟୁରୋପୀୟ ବିମାନ କମ୍ପାନୀରୁ କିଣିବାକୁ ଯୋଜନା କରୁଥିବା ୩୩୦  ପରିବହନ ବିମାନ କ୍ରୟକୁ ସ୍ଥଗିତ ରଖିପାରେ।  ମିଳିଥିବା ସୂଚନା ଅନୁସାରେ ଏହି ବିମାନଗୁଡ଼ିକର ଉନ୍ନତିକରଣ ପାଇଁ ଆମେରିକା ପଠାଯିବ।  ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏହି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ବାୟୁସେନାରେ ଇସ୍ରାଏଲ ଏବଂ ରୁଷରୁ କିଣାଯାଇଥିବା ତିନୋଟି ଫାଲକନ ଆୱାକ୍ସ  ସିଷ୍ଟମ ଅଛି |

Comments are closed.