ଟି-୨୦ ସିରିଜ ହାତେଇଲା ଭାରତ, ଇଂଲଣ୍ଡ ୩୬ ରନରେ ପରାସ୍ତ

ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତ ୩୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୩-୨ରେ ସିରିଜ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୨୫ ରନ କରିଥିବା ବେଳେ ଇଂଲଣ୍ଡ ୮ ଓ୍ବିକେଟ ହରାଇ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମଲାନ ୬୮ ଓ ବଟଲର ୫୨ ରନ ସ୍କୋର କରିଥିଲେ। ଭାରତର ଶାର୍ଦ୍ଦୁଲ ଠାକୁର ୩ଟି, ଭୁବନେଶ୍ବର କୁମାର ୨ଟି ଓ ଟି.ନଟରାଜନ ଏବଂ ହାର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ।

ଆଜି ପ୍ରଥମେ ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଇନିଂସ ଓପନ କରିଥିଲେ। ରୋହିତ ଶର୍ମା ୩୪ ବଲରେ ୬୪ ରନ କରିଥିବା ବେଳେ ବିରାଟ କୋହଲି ଅପରାଜିତ ରହିବା ସହ ୫୨ ବଲରେ ୮୦ ରନ କରିଥିଲେ। ସୂର୍ୟ୍ୟକୁମାର ଯାଦବ ୩୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ ସ୍କୋର କରିଥିଲେ। ଭାରତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୪ ରନ କରିଥିଲା।

Comments are closed.