୩୧୭ରେ ପ୍ରଥମ ୱିକେଟ ହରାଇଲା ଭାରତ

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ୨ୟ ଦିବସ ଖେଳ ଗୁରୁବାର ଆରମ୍ଭ ହୋଇଛି। ଭାରତ ୨୦୨ ରନରୁ ଏହାର ପାଳି ଆରମ୍ଭ କରିଥିବାବେଳେ ଗତକାଲି ୮୪ ରନରେ ଅପରାଜିତ ଥିବା ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ଅନ୍ୟପଟେ ପ୍ରଥମ ଦିନରେ ଶତକ ହାସଲ କରି ଦମଦାର ବ୍ୟାଟିଂ ଜାରି ରଖିଥିବା ରୋହିତ ଆଉଟ ହୋଇଯାଇଛନ୍ତି। ସେ ୧୭୬ ରନ୍‌ର ଆକର୍ଷଣୀୟ ପାଳି ଖେଳିବା ସହିତ ଭାରତ ପାଇଁ ବଡ଼ ସ୍କୋର କରିବାର ମୂଳଦୁଆ ପକାଇଛନ୍ତି। ୩୧୭ ରନରେ ଦଳ ପ୍ରଥମ ୱିକେଟ ହରାଇଛି। ୨ୟ ଦିନର ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୧ ୱିକେଟ ହରାଇ ୩୨୪ ରନ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ ୧୩୮ ରନ୍‌ ଏବଂ ଚେତେଶ୍ଵର ପୂଜାରା ୬ ରନ୍‌ରେ ଅପରାଜିତ ରହିଛନ୍ତି। ବୁଧବାର ପ୍ରଥମ ଦିନ ସମ୍ପୂର୍ଣ୍ଣ ୯୦ ଓଭର ଖେଳ ହୋଇପାରି ନ ଥିଲା। ଖରାପ ଆଲୋକ ଯୋଗୁ ଭାରତ ୫୯ ଓଭର ଖେଳି ୨୦୨ ରନ କରିଥିଲା।

Comments are closed.