ପାକିସ୍ତାନ ପାଇଁ ସବୁ ସମାନ…ଧର୍ମ ହେଉ କି ଆତଙ୍କବାଦ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତ ପାକିସ୍ତାନ ସରକାରଙ୍କ ଭିଡ଼ିଓରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ୍‍ ଭିନ୍ଦ୍ରନୱାଲେର ଚିତ୍ର ସ୍ଥାନ ପାଇଥିବାରୁ ଭାରତ ପାକିସ୍ତାନ ନିକଟରେ ଏହାର ଦୃଢ଼ ପ୍ରତିବାଦ କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଯେଉଁ ମନୋଭାବ ନେଇ ତୀର୍ଥଯାତ୍ରା ଆରମ୍ଭ କରାଯିବାକୁ ଯୋଜନା କରାଯାଇଥିଲା ପାକିସ୍ତାନ ତାହାକୁ ଭଣ୍ଡୁର କରିବାକୁ ପ୍ରଚେଷ୍ଟା କରୁଛି। ସେ କହିଛନ୍ତି, ତୀର୍ଥଯାତ୍ରା ସମୟରେ କୌଣସି ଭାରତ ବିରୋଧୀ ପ୍ରସଙ୍ଗ ବିଜ୍ଞାପନରେ ନ ଦେବାକୁ ପାକିସ୍ତାନ ବାରମ୍ବାର ଭାରତକୁ ପ୍ରତିଶ୍ରୁତି ଦେଇଥିଲା। ସେ କହିଛନ୍ତି, ବର୍ତ୍ତମାନ ପାକିସ୍ତାନ ସେହି ଆପତ୍ତିଜନକ ଭିଡ଼ିଓ ଓ ଫଟୋଚିତ୍ର ହଟାଇବାକୁ ଭାରତ ଦାବି କରୁଛି।

ରବିଶ କୁମାର କହିଛନ୍ତି, ଶନିବାର ଦିନ ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ଉଦ୍‍ଘାଟନୀ ଗସ୍ତକୁ ପାକିସ୍ତାନ ନିଶ୍ଚିତ କରିଛି। ସେହି ଅନୁସାରେ ତାଙ୍କ ମନ୍ତ୍ରଣାଳୟ ତୀର୍ଥଯାତ୍ରୀମାନଙ୍କୁ ପ୍ରସ୍ତୁତ ହେବା ପାଇଁ ପରାମର୍ଶ ଜାରି କରିଛି। ଗସ୍ତ ସମୟରେ କାଗଜପତ୍ର ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବୁଝାମଣା ସ୍ମାକୀପତ୍ରରେ ଉଲ୍ଲେଖ ଥିବା ଦସ୍ତାବିଜଗୁଡ଼ିକୁ ତୀର୍ଥଯାତ୍ରୀମାନଙ୍କୁ ନେବାକୁ ପଡ଼ିବ। ସେ କହିଛନ୍ତି, ଏକ ଦ୍ୱିପକ୍ଷିୟ ଦଲିଲରେ ଆବଶ୍ୟକ ଦସ୍ତାବିଜ୍‍ଗୁଡ଼ିକ ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି।

Comments are closed.