ବିଶ୍ବରେ କରୋନା ସଂକ୍ରମିତ ସଂଖ୍ୟା ୭୬ ଲକ୍ଷ ନିକଟତର; ବ୍ରିଟେନକୁ ପଛରେ ପକାଇ ୪ର୍ଥ ସ୍ଥାନକୁ ଉଠିଲା ଭାରତ

ୱାଶିଂଟନ: ସାରା ବିଶ୍ବରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ନିକଟତର ହୋଇଛି। ବର୍ତ୍ତମାନ ୭୫ ଲକ୍ଷ ୯୭ ହଜାର ୩୪୧ ଜଣ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୪ ଲକ୍ଷ ୨୩ ହଜାର ୮୪୪ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବାବେଳେ ଭାରତ ବ୍ରିଟେନକୁ ପଛରେ ପକାଇ ୪ର୍ଥ ସ୍ଥାନକୁ ଉଠିଛି।

ଆମେରିକାରେ ଏବେ ୨୦ ଲକ୍ଷ ୮୯ ହଜାର ୭୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୬ ହଜାର ୩୪ ଜଣ ପ୍ରାଣ ହରାଇଛନ୍ତି। ୨ୟ ସ୍ଥାନରେ ରହିଛି ବ୍ରାଜିଲ। ଏହି ଦେଶରେ ୮ଲକ୍ଷ ୫ ହଜାର ୬୪୯ ଜଣ ସଂକ୍ରମିତ ହୋଇଥିଲାବେଳେ ୪୧ ହଜାର ୫୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩ୟ ସ୍ଥାନରେ ରହିଛି ରୁଷ। ଏଠାରେ ୫ ଲକ୍ଷ ୨ ହଜାର ୪୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ ହଜାର ୫୩୨ ଜଣଙ୍କ ପ୍ରାଣହାନୀ ଘଟିଛି। ୪ର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ୨ ଲକ୍ଷ ୯୭ ହଜାର ୫୩୫ ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା ୮୪୯୮ରେ ପହଞ୍ଚିଛି। ୨ ଲକ୍ଷ ୯୧ ହଜାର ୪୦୯ ସଂକ୍ରମିତଙ୍କ ସହିତ ବ୍ରିଟେନ ୫ ସ୍ଥାନରେ ରହିଛି। ଏଠାରେ ୪୧ ହଜାର ୨୭୯ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ସ୍ପେନ ଏବଂ ଇଟାଲୀ ଯଥାକ୍ରମେ ୬ଷ୍ଠ ଏବଂ ୭ମ ସ୍ଥାନରେ ଅଛନ୍ତି। ସ୍ପେନରେ ୨ ଲକ୍ଷ ୮୯ ହଜାର ୭୮୭ ଆକ୍ରାନ୍ତ ଓ ୨୭ ହଜାର ୧୩୬ ମୃତ ଏବଂ ଇଟାଲୀରେ ୨ ଲକ୍ଷ ୩୬ ହଜାର ୧୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୪ ହଜାର ୧୬୭ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.