ଜାପାନ୍‍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସ୍ଥଗିତ : ଭାରତ-ଜାପାନ୍‍ ବାର୍ଷିକ ଶିଖର ବୈଠକ ବାତିଲ

ନୂଆଦିଲ୍ଲୀ : ଜାପାନ୍‍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି । ଭାରତ-ଜାପାନ୍‍ ବାର୍ଷିକ ଶିଖର ବୈଠକକୁ ସାମୟିକ ଭାବେ ବାତିଲ କରିଦିଆଯାଇଛି । ରବିବାରଠାରୁ ତିନି ଦିନ ବ୍ୟାପି ଭାରତ-ଜାପାନ୍‍ ବାର୍ଷିକ ଶିଖର ବୈଠକରେ ସେ ଯୋଗ ଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା ।

ତେବେ ଦେଶର ବିଭିନ୍ନ ସ୍ଥାନରେ ନାଗରିକ ସଂଶୋଧନ ବିଲକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଦୃଷ୍ଟିରୁ  ବର୍ତ୍ତମାନ ଏହାକୁ ସ୍ଥଗିତ ରଖିବା ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।  ପରେ ଏକ ଉପଯୁକ୍ତ ସମୟରେ ଜାପାନ୍‍ ପ୍ରଧାନମନ୍ତ୍ରୀଙ୍କ  ଭାରତ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯିବ। ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଶୁକ୍ରବାର ନୂଆଦିଲ୍ଲୀରେ ଏ ସଂପର୍କରେ  ଜଣାଇଛନ୍ତି । ରବିବାରଠାରୁ ତିନି ଦିନ ବ୍ୟାପି ଭାରତ-ଜାପାନ୍‍ ବାର୍ଷିକ ଶିଖର ବୈଠକ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା ।

Comments are closed.