ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଭାରତ-ଇସ୍ରାଏଲ ସହମତ

ଭାରତ ଓ ଇସ୍ରାଏଲ୍‍ କରୋନା ସଂକ୍ରମଣ ମୁକାବିଲାରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ବୈଷୟିକ ଜ୍ଞାନ ଓ ନମୁନା ପରୀକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ୍‍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା କରିଛନ୍ତି। ସୌର ଶକ୍ତି କ୍ଷେତ୍ରରେ ନବୀକରଣ ପାଇଁ ଏକ ଡିଜିଟାଲ୍‍ ସମ୍ମିଳନୀ ଆବାହନ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି। ଏହାଦ୍ୱାରା ଉଭୟ ଦେଶର ଅର୍ଥନୈତିକ ବିକାଶ ଘଟିବା ସମେତ ସମଗ୍ର ବିଶ୍ୱ ମଧ୍ୟ ଲାଭାନ୍ୱିତ ହେବ।

Comments are closed.