କରୋନା ଅପଡେଟ: ଚୀନକୁ ମେଡିକାଲ ଉପକରଣ ପଠାଇଲା ଭାରତ (ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: କରୋନା ପ୍ରପୀଡ଼ିତ ଚୀନକୁ ଭାରତ ମେଡିକାଲ ଉପକରଣ ପଠାଇ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନକୁ କୋଭିଡ-୧୯ର ମୁକାବିଲା ଓ ପରିଚାଳନା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଚୀନ ସହ ସଦଭାବନା ସମ୍ପର୍କ ଦୃଷ୍ଟିରୁ ଭାରତ ଆଜି ମେଡିକାଲ ଉପକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀ ପ୍ରେରଣା କରିଛି। ଇତି ମଧ୍ୟରେ ଜାପାନର ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ୨ ଜଣ ଭାରତୀୟ ଜାହାଜ କର୍ମଚାରୀଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଉପରେ ବିଦେଶ ମନ୍ତ୍ରାଳୟ ନଜର ରଖିଥିବା କହିଛି। କଣ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ଦେଖନ୍ତୁ ଭିଡିଓ – (ସୌଜନ୍ୟ: ଏଏନଆଇ)

Comments are closed.