ଭଗବତ୍‍ ଗୀତାର ମନ୍ତ୍ର ସହ ବିକାଶ ପଥରେ ଅଗ୍ରସର ହେଉଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍‍ ଭଗବତ୍‍ ଗୀତା ଶ୍ଳୋକ ଉପରେ ୨୧ଜଣ ବିଦ୍ୱାନଙ୍କ ବାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଡକ୍ଟର କରଣ ସିଂହ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଗୀତାର ମନ୍ତ୍ର ସହ ବିକାଶ ପଥରେ ଅଗ୍ରସର ହେଉଛି। ଶ୍ରୀ ମୋଦୀ କହିଛନ୍ତି, ଶ୍ରୀମଦ୍‍ ଭଗବତ ଗୀତା ଆମକୁ ଲୋକମାନଙ୍କର ଓ ବିଶ୍ୱର କିଭଳି ସେବା କରାଯାଇ ପାରିବ ସେ ବିଷୟରେ ଶିକ୍ଷା ଦେଇଥାଏ।

ସେ କହିଛନ୍ତି, ଯେତେବେଳେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେଲା ଏଭଳି ପରିସ୍ଥିତିର ସାମ୍ନା କରିବାକୁ କେହି ପ୍ରସ୍ତୁତ ନ ଥିଲେ। କିନ୍ତୁ ଭାରତ ଏହି ସମୟରେ ପ୍ରତିଷେଧକ ଉତ୍ପାଦନ କରି ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଯୋଗାଇଛି। ସେ କହିଛନ୍ତି, କୋଭିଡ-୧୯ ସମୟରେ ଭାରତ ଅନେକ ଦେଶକୁ ସହାୟତା ପଠାଇବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ନିଜର ବାସଗୃହରେ ପହଞ୍ଚିବାରେ ସହାୟତା କରିଛି। ମାନବ ଜାତିକୁ ଏହାର ଅବଦାନ ପାଇଁ ଭାରତ ଆଜି ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି।

Comments are closed.