ଆଜି ବିଶ୍ୱ ଗଣ୍ଡା ଦିବସ, ସଂରକ୍ଷଣ ପାଇଁ ଜାତୀୟ ରଣକୌଶଳ

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଭାରତରେ ବହୁ ସଂଖ୍ୟାରେ ଏକ ସିଙ୍ଗ ବିଶିଷ୍ଟ ଗଣ୍ଡା ରହିଛନ୍ତି। ସେମାନଙ୍କର ସଂଖ୍ୟା ୩ ହଜାରରୁ ଅଧିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଗଣ୍ଡାମାନେ ଆସାମ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟାରେ ରହିଛନ୍ତି। ବିଶ୍ୱ ଗଣ୍ଡା ଦିବସ ଅବସରରେ ଏକ ବାର୍ତ୍ତା ଦେଇ ଜାବଡେକର କହିଛନ୍ତି ଯେ ପରିବେଶ ମନ୍ତ୍ରଣାଳୟ ଏକ ସିଙ୍ଗ ବିଶିଷ୍ଟ ଭାରତୀୟ ଗଣ୍ଡାମାନଙ୍କ ସଂରକ୍ଷଣ ପାଇଁ ଏକ ଜାତୀୟ ରଣକୌଶଳ ଗ୍ରହଣ କରିଛନ୍ତି।

ସେ କହିଛନ୍ତି, ଗଣ୍ଡାମାନଙ୍କର ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ସବୁଜଭୂମି ପରିକଳ୍ପନା ବ୍ୟବସ୍ଥା ଅଧିକ ସୁଗମ ହୋଇଛି ଓ ଏହାର ଜଳବାୟୁ ପରିବର୍ତ୍ତନ ଉପରେ ପ୍ରକାରାତ୍ମକ ପ୍ରଭାବ ପଡ଼ୁଛି। ସେ କହିଛନ୍ତି ଯେ ବୃହତ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡାର ସଂରକ୍ଷଣ ପାଇଁ ଗତ ବର୍ଷ ଭାରତରେ ଗଣ୍ଡା ସଂରକ୍ଷଣ କୌଶଳ ଆରମ୍ଭ କରାଯାଇଥିଲା। ଭାରତରେ ଥିବା ପ୍ରଜାତିଗୁଡିକ ପାଇଁ ପାଞ୍ଚଟି ଉଦ୍ଦେଶ୍ୟରେ ସଂରକ୍ଷଣ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

Comments are closed.