ଜାତିସଂଘ ମାନବାଧିକାର କମିଶନ ମନ୍ତବ୍ୟ ଉପରେ ଭାରତର ତୀବ୍ର ପ୍ରତିକ୍ରିୟା

ଜାତିସଂଘ ମାନବାଧିକାର କମିଶନର ଏକ ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଆଇନକୁ ନେଇ ଜାତିସଂଘ ମାନବାଧିକାର କମିଶନ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଥିଲା। ଜାତିସଂଘ ମାନବାଧିକାର କମିଶନରଙ୍କ ମନ୍ତବ୍ୟ ଉପରେ କରାଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଏଠାରେ ଏକ ସ୍ୱାଧୀନ ନ୍ୟାୟପାଳିକା କାର୍ଯ୍ୟକରୁଛି। ଆଇନ ପ୍ରଣୟନ ହେଉଛି ଏକ ସାର୍ବଭୌମ ସ୍ୱାଧିକାର। କିନ୍ତୁ ମାନବାଧିକାର ନାମରେ ଆଇନର ଲଂଘନକୁ କେବେ ବରଦାସ୍ତ କରାଯିବ ନାହିଁ।

ସେ କହିଛନ୍ତି, ଜାତିସଂଘ କୌଣସି ବିବୃତି ଦେବା ପୂର୍ବରୁ ଅଧିକ ତଥ୍ୟ ସଂଗ୍ରହ କରିବା ଉଚିତ ଥିଲା। ପୂର୍ବରୁ ଜାତିସଂଘ ମାନବାଧିକାର କମିଶନର ମିସେଲି ବାସଲେଟ୍‍ କହିଥିଲେ ଅସନ୍ତୋଷର ସ୍ୱରକୁ ଚପାଇବା ପାଇଁ ବିଭ୍ରାନ୍ତିକର ଆଇନଗୁଡ଼ିକର ପ୍ରୟୋଗ କରାଯାଉଛି।

Comments are closed.