ଆଞ୍ଚଳିକ ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ବଦ୍ଧପରିକର – ଏସ୍‍. ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ବିମ୍‍ଷ୍ଟେକ୍‍ ଢାଞ୍ଚା ଅଧୀନରେ ଆଞ୍ଚଳିକ ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ବଦ୍ଧପରିକର ରହିଛି। ବିମ୍‍ଷ୍ଟେକ୍‍ ସଂଗଠନକୁ ମଜବୁତ କରିବା, ଚଳଚଞ୍ଚଳ କରିବା ଏବଂ ଫଳ ହାସଲ ପାଇଁ ସଂଗଠନକୁ ସକ୍ରିୟ କରିବା ଦିଗରେ ଭାରତ ତାର ଉଦ୍ୟମ ନିରନ୍ତର ଜାରି ରଖିବ। ସପ୍ତଦଶ ବିମ୍‍ଷ୍ଟେକ୍‍ ମନ୍ତ୍ରୀସ୍ତରୀୟ ବୈଠକରେ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ସାମୁହିକ ସହଯୋଗ ଉଦ୍ୟମ ବଳରେ ଏହି ସଂଗଠନ ନୂଆ ଶିଖର ଛୁଇଁବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ।

Comments are closed.