ଅଣସଂକ୍ରାମକ ରୋଗ ରୋକିବା ଓ ଉତ୍ତମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ : ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅଣସଂକ୍ରାମକ ରୋଗଗୁଡ଼ିକୁ ରୋକିବା ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଏକ ଟ୍ୱିଟ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଐକ୍ୟବଦ୍ଧ ଭାବେ ଆମେ ବିଶ୍ୱକୁ ରୋଗମୁକ୍ତ କରିପାରିବା। ସେ ଜାତିସଂଘ ତାଲିମ ଓ ଗବେଷଣା ପ୍ରତିଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି। ଅଣସଂକ୍ରାମକ ରୋଗଗୁଡ଼ିକ ଯୋଗୁଁ ଅକାଳ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା କମ୍‍ କରିବାରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଥିବାରୁ ଜାତିସଂଘ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଭାରତର ପ୍ରଶଂସା କରିଥିଲା।
ଅଣସଂକ୍ରାମକ ରୋଗଗୁଡ଼ିକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ଭାରତ ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକରୁ ଶିକ୍ଷାଲାଭ ପାଇଁ ଜାତିସଂଘ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଭାରତର ସହଯୋଗ ଲୋଡ଼ିଛି।

Comments are closed.