ବିଶ୍ୱ ସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଉଛି – ଇସ୍ରାଏଲ୍ ରାଷ୍ଟ୍ରଦୂତ

ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରନ୍ ମଲ୍କା କହିଛନ୍ତି ଯେ ଆନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେ କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱବ୍ୟାପୀ ପ୍ରସଙ୍ଗରେ ଭାରତର ରଣନୀତିକ ସ୍ଥିତି ଏବଂ ବିଶେଷ ଭାବରେ ଇସ୍ରାଏଲ୍ ଓ ଅନ୍ୟ ଦେଶଗୁଡିକ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ମଲ୍କା କହିଛନ୍ତି ଯେ ଭାରତ ସହ ଇସ୍ରାଏଲର ନିବିଡ ସମ୍ପର୍କ ଯୋଗୁ ଆରବ ଦେଶ ସମେତ ଅନ୍ୟ ଦେଶ ସହ ଇସ୍ରାଏଲର ସମ୍ପର୍କ ଉପରେ ସକରାତ୍ମକ ପ୍ରଭାବ ପଡିଛି।

ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତକାର ଅବସରରେ ମଲ୍କା କହିଛନ୍ତି ଯେ ଇସ୍ରାଏଲ ଓ ମୁସଲମାନ କିମ୍ବା ଇସ୍ରାଏଲ ଓ ଆରବ ରାଷ୍ଟ୍ରଗୁଡିକ ମଧ୍ୟରେ କୌଣସି ବିବାଦ ନ ଥିବା ବିଶ୍ୱ ବୁଝି ପାରିଛି। ସେ କହିଛନ୍ତି, ସମଗ୍ର ଭାରତ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ଇସ୍ରାଏଲ ମଧ୍ୟ ଏହା ଦେଖିବାକୁ ଚାହୁଁଛି।

Comments are closed.