କରୋନା ସତର୍କତା : ମାର୍ଚ୍ଚ ୧୮ରୁ ତୁର୍କୀ, ବ୍ରିଟେନ ଏବଂ ୟୁରୋପୀୟଙ୍କୁ ଭାରତ ମନା

ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦେଶ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁର୍କୀ, ବ୍ରିଟେନ ଏବଂ ୟୁରୋପୀୟ ସଘଂର ଲୋକମାନଙ୍କ ଭାରତ ଆସିବା ଉପରେ କଟକଣା ଲାଗୁ କରାଯାଇଛି। ୧୮ମାର୍ଚ୍ଚରୁ ଏହି କଟକଣା ଲାଗୁ ହେବ। ସେହିପରି ୟୁଏଇ, ଓମାନ ଓ କୁୱେତରୁ ଆସୁଥିବା ଯାତ୍ରୀ ମାନେ ଭାରତ ଆସିଲେ ସେମାନଙ୍କୁ ୧୪ ଦିନ ଯାଏଁ ନିରୀକ୍ଷଣରେ ରଖିବାର ବ୍ୟବସ୍ଥା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ କେନ୍ଦ୍ର ସରକାର କରୋନାକୁ ମୁକାବିଲା ପାଇଁ ସୋମବାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୩୧ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। କେବଳ ଶିକ୍ଷାନୁଷ୍ଠାନ ନୁହେଁ ମାର୍ଚ୍ଚ ୩୧ଯାଏଁ ଦେଶର ସମସ୍ତ ସିନେମା ହଲ, ସଂଗ୍ରହାଳୟ, ଜିମ୍ ଓ ସୁଇମିଂ ପୁଲକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

Comments are closed.