ଭାରତ ବିଶ୍ୱକୁ ଏକତାର ବାର୍ତ୍ତା ଦେଇଛି – ମୋଦୀ

ନୂଆଦିଲ୍ଲୀ: ଶତାବ୍ଦୀ ଶତାବ୍ଦୀ ଧରି ରହି ଆସିଥିବା ରାମ ଜନ୍ମଭୂମି ବିବାଦକୁ କଂଗ୍ରେସ ପାର୍ଟି ଜାଣିଶୁଣି ଉଜ୍ଜିବିତ କରି ରଖିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାନବାଦଠାରେ ଏକ ନିର୍ବାଚନ ସଭାରେ ମୋଦୀ କହିଛନ୍ତି, ରାମ ଜନ୍ମଭୂମି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ବିଜେପି ନିଜର ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା। ସେ କହିଛନ୍ତି, ପାର୍ଟି ଏହାର ପ୍ରତିଶ୍ରୁତି ପାଳନ କରିଛି ଓ ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିଛି। ମୋଦୀ କହିଛନ୍ତି, ଦେଶର ଏକତା, ଭ୍ରାତୃଭାବ ଓ ସଦଭାବନାକୁ ସୁଦୃଢ଼ ରଖିବା ପାଇଁ ସବୁମତେ ଉଦ୍ୟମ କରାଯାଇଛି। ଏକତା କ’ଣ, ଭ୍ରାତୃଭାବ କ’ଣ ଓ ସବୁ ଧର୍ମର ଲୋକ କିଭଳି ଏକତ୍ର ବାସ କରିପାରିବେ ତାହା ଦେଶ କରି ଦେଖାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସମଗ୍ର ବିଶ୍ୱକୁ ଏକତାର ବାର୍ତ୍ତା ପଠାଇଛି। ସେ କହିଛନ୍ତି, ତିନିବାର ତଲାକ ବିରୁଦ୍ଧରେ ସରକାର କଡ଼ା ଆଇନ୍‍ ପ୍ରଣୟନ କରିଛନ୍ତି ଯେଉଁଥିରୁ ମୁସଲମାନ ସମ୍ପ୍ରଦାୟର ଭଉଣୀମାନେ ଉପକୃତ ହୋଇପାରିଛନ୍ତି। ସେ କହିଛନ୍ତି, ପାର୍ଟି କୃଷକ ଓ ଦୋକାନିମାନଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକର ପୂରଣ କରିଛି।

Comments are closed.