ମିଆଁମାରକୁ ୩ ହଜାର ୟୁନିଟ ରେମଡେସିଭିର ଔଷଧ ସହାୟତା ଦେଲା ଭାରତ

କରୋନା ମହାମାରୀ ବିରୋଧରେ ଲଢେଇରେ ପଡ଼ୋଶୀ ମିଆଁମାରକୁ ବନ୍ଧୁତ୍ୱପୂର୍ଣ୍ଣ ସାହାଯ୍ୟ କରିବାର ଏକ ଅଂଶ ଭାବରେ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱଣେ ଏବଂ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ସୋମବାର ସେଠାକାର ରାଜ୍ୟ ପରାମର୍ଶଦାତା ଅଙ୍ଗ ସାନ୍ ସୁକିଙ୍କୁ ରେମଡେସିଭିରର ୩ ହଜାର ୟୁନିଟ ପ୍ରଦାନ କରିଛନ୍ତି। କରୋନା ସଂକ୍ରମଣ ଚିକିତ୍ସା ପାଇଁ ରେମଡେସିଭର୍ ବ୍ୟବହାର କରାଯାଏ।

ଜେନେରାଲ ନରୱଣେ ଏବଂ ଶ୍ରୀଙ୍ଗଲା ଦୁଇ ଦିନିଆ ମିଆଁମାର ଗସ୍ତରେ ଯାଇଛନ୍ତି ଓ ଯୋଗାଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଆହୁରି ଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେନା ମୁଖ୍ୟ ଏବଂ ବୈଦେଶିକ ସଚିବ ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୌରଭ କୁମାର ଆଜି ରାଜ୍ୟ ପରାମର୍ଶଦାତା ଅଙ୍ଗ ସାନ୍ ସୁକିଙ୍କ ସହ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ବୋଲି ଭାରତୀୟ ଦୂତାବାସ ଟ୍ୱିଟ୍ କରିଛି।

Comments are closed.