ଗଣତନ୍ତ୍ର ଦିବସରେ ନେପାଳକୁ ଉପହାର – ୩୦ ଆମ୍ବୁଲାନ୍ସ, ୬ ବସ

କାଠମାଣ୍ଡୁ: ଆଜି ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ଅବସରରେ ପଡୋଶୀ ଦେଶ ଆମ ବନ୍ଧୁ ନୀତି ଅନୁସରଣ ପୂର୍ବକ ଭାରତ ନେପାଳର କେତେକ ଡାକ୍ତରଖାନା, ବେସରକାରୀ ସଂଗଠନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ ୬ଟି ବସ ଉପହାର ସ୍ୱରୂପ ପ୍ରଦାନ କରିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦୂତାବାସ ଅଧିକାରୀ ଅଜୟ କୁମାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବାର୍ତ୍ତା ପାଠ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ନେପାଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରତିଶୃତିବଦ୍ଧତା ଦୃଷ୍ଟିରୁ ଭାରତ ଏହି ଉପହାର ପ୍ରଦାନ କରିଛି। ଏହି ଉପହାର ସହିତ ଏ ଯାଏଁ ଭାରତ ନେପାଳକୁ ୭୮୨ଟି ଆମ୍ବୁଲାନ୍ସ ଓ ୧୫୪ଟି ବସ ପ୍ରଦାନ କରିଛି ଯାହା ସେଠାକାର ୭୭ଟି ଜିଲ୍ଲାରେ ସେବା ପ୍ରଦାନ କରୁଛି। ଆଜି କାଠମାଣ୍ଡୁ ଦୂତାବାସରେ ପାଳିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଦୂତାବାସ ଅଧିକାରୀ ଅଜୟ କୁମାର ପ୍ରାଣବଳି ଦେଇଥିବା ସେନାନୀଙ୍କ ପତ୍ନୀ ଓ ପିଲାମାନଙ୍କୁ ୫ କୋଟି ନେପାଳୀ ଟଙ୍କା ଓ କମ୍ବଳ ପ୍ରଦାନ କରିଛନ୍ତି। ଏହି ଅବସରରେ ନେପାଳର ୫୧ଟି ପାଠାଗାରକୁ ପୁସ୍ତକ ପ୍ରଦାନ କରାଯାଇଛି।

Comments are closed.