ସ୍ୱିସ୍‌ ବ୍ୟାଙ୍କରୁ ମିଳିଲା ପ୍ରଥମ ଜମାକାରୀ ତାଲିକା

ନୂଆଦିଲ୍ଲୀ: ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ବୁଝାମଣା ଅନୁଯାୟୀ ସୋମବାର ସ୍ୱିସ୍‌ ବ୍ୟାଙ୍କ ସେଠାରେ ଥିବା କିଛି ଭାରତୀୟଙ୍କ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଦେଇଛି। ବିଦେଶରେ ଥିବା କଳାଧନ ତାଲିକା ହାସଲ କରିବା ଦିଗରେ ଏହା କେନ୍ଦ୍ର ସରକାରଙ୍କ ବଡ ସଫଳତା ବୋଲି କୁହାଯାଉଛି। ସେଠାକାର ଜଣେ ଅଧିକାରୀ କହିଛନ୍ତି, ଆନ୍ତର୍ଜାତିକ ମାନକ ଅନୁଯାୟୀ ସ୍ୱିଜରଲାଣ୍ଡ ସରକାର ଭାରତ ସମେତ ୭୪ଟି ଦେଶକୁ ସେମାନଙ୍କ ଦେଶର ନାଗରିକଙ୍କ ଆକାଉଣ୍ଟ ସମ୍ପର୍କଟ ତଥ୍ୟ ଦେଇଛି।

ଭାରତକୁ ମିଳିଥିବା ତଥ୍ୟରେ ୨୦୧୮ରେ ବନ୍ଦ ହୋଇଥିବା ଆକାଉଣ୍ଟ ଓ ଏବେ ସକ୍ରିୟ ଥିବା ଆକାଉଣ୍ଟ ସମ୍ପର୍କରେ ତଥ୍ୟ ରହିଛି। ଏଠିରେ ଆକାଉଣ୍ଟଧାରୀଙ୍କ ନାମ, ବ୍ୟାଙ୍କ ତଥ୍ୟ, ଠିକଣା ଆଦି ବିଷୟରେ ସୂଚନା ରହିଛି। ସ୍ୱିଜରଲାଣ୍ଡ ପକ୍ଷରୁ ଆସନ୍ତା ବର୍ଷ ସେପ୍ଟେମ୍ବରରେ ପୁଣି ଭାରତକୁ ତଥ୍ୟ ମିଳିବ ବୋଲି ଜଣାପଡିଛି।

Comments are closed.