୨ୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଭାରତ ୨ଦିନ ଶେଷ ସୁଦ୍ଧା ୧ ଉଇକେଟ୍‌ ବିନିମୟରେ ୯ ରନ୍‌ କରିଥିଲା। ତେବେ ୩ୟ ଦିନ ଖେଳ ଆରମ୍ଭ ହେବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଥିଲା। ୩ୟ ଦିନରେ ମାତ୍ର ୧୦ ରନ୍‌ ଯୋଡ଼ି ଦଳ ୫ଟି ଉଇକେଟ୍‌ ହରାଇଥିଲା। ଫଳରେ ୧୫ ଓଭରରେ ଦଳର ସ୍କୋର ୧୯ ରନ୍‌ ହୋଇଥିବାବେଳେ ଟପ୍‌ ଅର୍ଡରର ୬ଟି ଉଇକେଟ୍‌ ହରାଇ ସାରିଛି ଟିମ୍‌ ଇଣ୍ଡିଆ।

ପ୍ରଥମ ଇନିଂସରେ ଭାରତ ୨୪୪ ରନ୍‌ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୧୯୧ ରନ୍‌ରେ ସୀମିତ ରହିଥିଲା। ଫଳରେ ଭାରତ ୫୩ ରନ୍‌ର ଲିଡ୍‌ ନେଇଥିଲା। ୨ୟ ଇନିଂସରେ ପୃଥ୍ବୀ ଶ ୪ ରନ୍‌ କରି ଆଉଟ୍‌ ହୋଇଥିବାବେଳେ ମୟଙ୍କ ଅଗ୍ରୱାଲ ୯, ଜସପ୍ରୀତ ବୁମ୍‌ରା ୨, ଚେତେଶ୍ଵେର ପୂଜାରା ୦, ବିରାଟ କୋହଲି ୪ ଏବଂ ଆଜିଙ୍କ୍ୟ ରାହାଣେ ଖାତା ଖୋଲି ନ ପାରି ଆଉଟ୍‌ ହୋଇଯାଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କ୍ୟୁମିନ୍‌ସ ୭ ଓଭରରେ ୧୨ ରନ୍‌ ନେଇ ୪ ଉଇକେଟ୍‌ ଅକ୍ତିଆର କରିଥିଲାବେଳେ ଜୋଶ ହାଜେଲଉଡ୍‌ ୨ ଓଭରରେ ୨ ଉଇକେଟ୍‌ ଆସଲ କରିଛନ୍ତି।

Comments are closed.