୪ ଦେଶକୁ କୋଭିଡ-୧୯ ଟିକା ପଠାଇଲା ଭାରତ

ମିଆଁମାର, ନେପାଳ, ବାଂଲାଦେଶ ଏବଂ ଇରାନକୁ ଭାରତ କୋଭିଡ-୧୯ ଟିକା ରପ୍ତାନି କରିଛି। ସୂଚନାନୁସାରେ, ମିଆଁମାର, ନେପାଳ ଏବଂ ବାଂଲାଦେଶକୁ କୋଭିଶିଲ୍ଡର ଦଶ ଲକ୍ଷ ଲେଖାଏଁ ଡୋଜ ପାଠ ଯାଇଥିବା ବେଳେ ଇରାନକୁ କୋଭାକ୍ସିନର ତିନି ଲକ୍ଷ ଡୋଜ ଟୀକା ପଠାଯାଇଛି।

ଏହା ପୂର୍ବରୁ, ସେପ୍ଟେମ୍ବର ୨୦ରେ ଭାରତ ସରକାର ପୁଣି କରୋନା ଟିକା ରପ୍ତାନି ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା କାହଁଥିଲେ ଯେ ମୈତ୍ରୀ ଅଭିଯାନ ଆଧାରରେ ପ୍ରତି ଦେଶର ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ଭାରତ କୋଭିଡ ଟିକା ରପ୍ତାନି ଆରମ୍ଭ କରିବ।

Comments are closed.