ମହିଳା ଟି-୨୦ ବିଶ୍ଵକପ୍‌: ନ୍ୟୁଜିଲାଣ୍ଡକୁ ଶେଷ ବଲ୍‌ରେ ହରାଇ ସେମିରେ ଭାରତ

ମେଲବୋର୍ଣ୍ଣ: ମହିଳା ଟି-୨୦ ବିଶ୍ଵକପରେ ଭାରତ ସେମି ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ସ୍ଥାନକୁ ସୁଦୃଢ଼ କରିଛି।

ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୩୩ ରନ୍‌ ସଂଗ୍ରହ କରିଥିଲା। ଭାରତୀୟ ଓପନର ଶେଫାଳୀ ବର୍ମା ସର୍ବାଧିକ ୪୬ ରନ୍‌ କରିଥିଲେ। ତାଙ୍କ ପଛକୁ ତାନିୟା ଭାଟିଆଙ୍କ ୨୩ ରନ୍‌ କରିବାରେ ସଫଳ ହୋଇଥିଲେ। ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ବୋଲରଙ୍କ ମାପଚୁପ୍‌ ବୋଲିଂ ଫଳରେ ଦଳ ବିଜୟ ଲାଭ କରିଥିଲା। ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ୧୬ ରନ୍‌ ଆବଶ୍ୟକ ଥିବାବେଳେ ଶେଷ ବଲରେ ବିଜୟ ପାଇଁ ୫ ରନ୍‌ ଦରକାର ଥିଲା। କିନ୍ତୁ ଭାରତୀୟ ବୋଲର ଶିଖା ପାଣ୍ଡେ ନ୍ୟୁଜିଲାଣ୍ଡକୁ ବିଜୟରୁ ଅଟକାଇବାରେ ସଫଳ ହୋଇଥିଲେ। ଦଳ ୨୦ ଓଭରରେ ୧୨୯ ରନ୍‌ରେ ସୀମିତ ରହିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର୍‌ ୩୪, କେଟି ମାର୍ଟିନ ୨୫ ଏବଂ ମ୍ୟାଡି ଗ୍ରୀନ୍‌ ୨୪ ରନ୍‌ କରିଥିଲେ।

Comments are closed.