ଦେଶରେ ୧୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୫୨,୫୦୯ ପଜିଟିଭ୍ ଚିହ୍ନଟ, ୮୫୭ ମୃତ

ନୂଆଦିଲ୍ଲୀ : ଦେଶରେ ଅସମ୍ଭାଳ ହେଉଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ  ଗତ ୨୪ ଘଣ୍ଟାରେ ୫୨ ହଜାର ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି୫୨ ହଜାର ୫୦୯ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୫ ରେ ପହଞ୍ଚିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟାବି ବୃଦ୍ଧି ପାଇବାରେ ଲାଗିଛି । ୩୯ ହଜାର ଟପିଛି ହୋଇଛି ଦେଶରେ କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ୮୫୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି ।


ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୯ ଲକ୍ଷ ୮ ହଜାର ୨୫୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୨ ଲକ୍ଷ ୮୨ ହଜାର ୨୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ ହଜାର ୭୯୫ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି, ସେହିପରି ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୮୬  ହଜାର ୨୪୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

 

Comments are closed.