ସାମଗ୍ରିକ ଟିକାକରଣ ୧୪୫ କୋଟି ୧୫ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ ସାମଗ୍ରିକ କରୋନା ଟିକାକରଣ ଶୁକ୍ରବାର ୧୪୫ କୋଟି ଅତିକ୍ରମ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୪୫ କୋଟି ୧୫ ଲକ୍ଷ ୮୦ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ କେବଳ ଆଜି ରାତି ୮ଟା ସୁଦ୍ଧା ଗୋଟିଏ ଦିନରେ ସାରା ଦେଶରେ ପ୍ରାୟ ୫୫ ଲକ୍ଷରୁ ଅଧିକ ପାନ ଟିକା ଦିଆ‌ଯାଇଛି । ୮୩ କୋଟି ୬୩ ଲକ୍ଷ ୨୩ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୬୦ କୋଟି ୫୨ ଲକ୍ଷ ୫୭ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି ।

Comments are closed.