ଦେଶରେ ନୂଆ ସଂକ୍ରମିତ ୪୩, ୭୩୩ ; ୯୩୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି। ଆଉ ୪୩, ୭୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୬,୬୩,୬୬୫ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୯୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୪,୨୧୧ରେ ପହଞ୍ଚିଛି। ମୃତ୍ୟୁ ହାର ୧.୩୨% । ଦିନକରେ ଆଉ ୪୭,୨୪୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୭,୯୯,୫୩୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୧୮% । ୪,୫୯,୯୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୫୦%। ଦିନକରେ ୩୬,୦୫,୯୯୮ ଟିକା ନେଇଥିବା ବେଳେ ମୋଟ ୩୬,୧୩,୨୩,୫୪୮ ଟିକା ନେଇ ସାରିଛନ୍ତି।
ଦିନକରେ ୧୯,୦୭,୨୧୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୨,୩୩,୩୨,୦୯୭ ନମୁନା ପରୀକ୍ଷା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Comments are closed.