ଖସୁଛି ସଂକ୍ରମଣ, ଦେଶରେ ଦିନକରେ ଚିହ୍ନଟ ହେଲେ ୧୮ ହଜାର ୧୬୬ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ମନ୍ଥର ଗତିରେ ତଳକୁ ଖସୁଛି। ଶନିବାର ଦିନକ ମଧ୍ୟରେ ୧୮ ହଜାର ୧୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦିନକ ମଧ୍ୟରେ ୨୩ ହଜାର ୬୨୪ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଂଟାରେ ସାରା ଦେଶରେ ଏହି ଭୁତାଣୁର ସଂକ୍ରମିତ ହୋଇ ୨୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ସବୁକୁ ହିସାବକୁ ନେଲେ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୫୩ ହଜାର ୪୭୫କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୯୭୧, ସୁସ୍ଥ ସଂଖ୍ୟା ୩ କୋଟି ୩୨ ଲକ୍ଷ ୭୧ ହଜାର ୯୧୫ ଓ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୫୮୯କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ସାରା ଦେଶରେ ୯୪ କୋଟି ୭୦ ଲକ୍ଷ ୧୦ ହଜାର ୧୭୫ ଡୋଜ କୋଭିଡ ଟୀକା ଦିଆଯାଇଥିବା ଜଣାପଡିଛି।

ଏଥିସହିତ ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୯୯%କୁ ବୃଦ୍ଧିପାଇଛି। ସେହି ସମୟ ମଧ୍ୟରେ ୯୪ କୋଟି ୭୦ ଲକ୍ଷ ୧୦ ହଜାର ୧୭୫ ଡୋଜ କୋଭିଡ ଟିକା ଦିଆଯାଇଛି।

Comments are closed.